This browser does not support the video element.
କୋରେଇ: ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ରଗଡି ଛକରେ ଚଢ଼ାଉ,50 ଲିଟର ଦେଶୀମଦ ସହିତ ବାଇକ ଜବତ,ଜଣେ ଗିରଫ,କୋର୍ଟ ଚାଲାଣ
Korai, Jajpur | Aug 30, 2025
ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ରଗଡି ଛକରେ ଚଢ଼ାଉ,50 ଲିଟର ଦେଶୀମଦ ସହିତ ବାଇକ ଜବତ,ଜଣେ ଗିରଫ,କୋର୍ଟ ଚାଲାଣ l ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଡୋଲୀପୁର ଅବକାରୀ ବିଭାଗ ଅଧିକାରୀ ବିଭୁ ପ୍ରସାଦ ସାହୁ ରଗଡି ଅଞ୍ଚଳରେ ଚଢ଼ାଉ କରିଥିଲେ l ଏହି ସମୟରେ ଜଣେ ବ୍ୟକ୍ତି ଦେଶୀ ମଦ ବିକିବାକୁ ବାଇକ ରେ ନେଇକି ଆସୁଥୁବା ଦେଖି ଗିରଫ କରିଥିଲେ l ଗିରଫ ବ୍ୟକ୍ତି ଭୁବନ ଅଞ୍ଚଳର ବୋଲି ଜଣାପଡିଛି l ସେପଟେ ଗିରଫ ପରେ ଅବକାରୀ ବିଭାଗ ପକ୍ଷରୁ କେଶ ନମ୍ୱର 121/25 ଗୋଟିଏ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି l