Download Now Banner

This browser does not support the video element.

ଦେବଗଡ: ସୁନାମୁଣ୍ଡା ଜଙ୍ଗଲରେ ଚାଲିଥିବା କୁକୁଡା ଲଢେଇ ଏବଂ ଜୁଆ ଆଡ୍ଡା ଉପରେ ପୋଲିସର ଚଢଉ; ବୋଲେରୋ ଏବଂ ବୁଲେଟ ଜବତ, ୩ ଗିରଫ

Debagarh, Debagarh (Deogarh) | Aug 24, 2025
ଦେବଗଡ ଥାନା ଅନ୍ତର୍ଗତ ସୁନାମୁଣ୍ଡା ନିକଟ ଜଙ୍ଗଲ ମଧ୍ୟରେ ଚାଲିଥିବା ଏକ ବେଆଇନ କୁକୁଡା ଲଢେଇ ଏବଂ ଜୁଆ ଆଡ୍ଡା ଉପରେ ପୋଲିସ ଆଜି ସନ୍ଧ୍ୟାରେ ଚଢଉ କରିଥିଲା । ଚଢଉ ବେଳେ ଘଟଣାସ୍ଥଳରୁ ୨ଟି ଜୀବନ୍ତ କୁକୁଡା, ଏକ ବୋଲେରୋ, ଏକ ବୁଲେଟ ଏବଂ ନଗଦ ୧୮୦୦ ଟଙ୍କା ଜବତ କରିଥିବା ବେଳେ ୩ ଜଣ ଜୁଆଡିଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଦେବଗଡ ଥାନା ସବ ଇନ୍ସପେକ୍ଟର ବିନୟ କେର୍କେଟ୍ଟା ଦେବଗଡ ଥାନା ଅନ୍ତର୍ଗତ ସୁଗୁଡା, ସାମନ୍ତ୍ରାପାଲି ଏବଂ ସୁନାମୁଣ୍ଡା ଅଂଚଳରେ ପ୍ୟାଟ୍ରୋଲିଂ କରୁଥିଲେ ।
Read More News
T & CPrivacy PolicyContact Us