This browser does not support the video element.
ଦେବଗଡ: ଟାଇଁସର ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
Debagarh, Debagarh (Deogarh) | Aug 25, 2025
ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଟାଇଁସର ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୨୭ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଅଭିଯୋଗ ମଧ୍ୟରେ ୧୪ଟି ବ୍ୟକ୍ତିଗତ ଏବଂ ୧୩ ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି । ବିଶେଷ କରି ବାର୍ଦ୍ଧକ୍ୟ ଭତ୍ତା, ରାସ୍ତା ମରାମତି, ବିଦ୍ୟାଳୟ ରୋଷେଇ ଘର ମରାମତି, ବିଦ୍ୟୁତ ସମସ୍ୟା, ଚିକିତ୍ସା ପାଇଁ ଆର୍ଥିକ ସହାୟତା ଆଦି ଅଭିଯୋଗ ହୋଇଥିଲା ।