This browser does not support the video element.
ଦେବଗଡ: କୈଳାସ ଛକରୁ ବେଆଇନ ଦେଶୀ ମଦ ପାଉଚ ଜବତ, ଥାନାରେ ମାମଲା ରୁଜୁ
Debagarh, Debagarh (Deogarh) | Sep 10, 2025
ଦେବଗଡ ଥାନା ତିଲେଇବଣି ପୋଲିସ ବିଟ ଅନ୍ତର୍ଗତ କୈଳାସ ଛକରୁ ବୁଧବାର ଜନୈକ ବ୍ୟକ୍ତିଙ୍କ ଠାରୁ ବେଆଇନ ଦେଶୀ ମଦ ପାଉଚ ଜବତ ହୋଇଛି । କୈଲାସ ଗ୍ରାମର ଉଗ୍ରେସନ ପାତ୍ର ତିଲେଇବଣି ଛକରୁ କୈଳାସ ଛକ ପଟକୁ ଦେଶୀ ମଦ ପାଉଚ ନେଇ ଯାଉଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା । ପରେ କୈଳାସ ଛକରେ ଚଢଉ କରି ଉଗ୍ରେସନଙ୍କ ଠାରୁ ୫.୨ ଲିଟର ବେଆଇନ ଦେଶୀ ମଦ ପାଉଚ ଜବତ କରିଥିଲା । ଉଗ୍ରେସନ ଉକ୍ତ ମଦ ପାଉଚ ନେଇ କୌଣସି ବ୍ୟଧ କାଗଜ ପତ୍ର ଦେଖାଇ ପାରିନଥିବା ବେଳେ ବେଆଇନ ବିକ୍ରି ଉଦ୍ଦେଶ୍ୟରେ ନେଉଥିବା ପୋଲିସ ସମ୍ମୁଖରେ ସ୍ୱିକାର କରିଥିଲେ ।