This browser does not support the video element.
ଟିଟିଲାଗଡ: ଚଢା ଦରରେ ୟୁରିଆ ସାର ବିକ୍ରୀ ପ୍ରତିବାଦରେ ଚାଷୀ ଏବଂ କଂଗ୍ରେସ କର୍ମୀ କଲେ ରାସ୍ତା ଅବରୋଧ - ଥାନା ଠାରୁ ଧର୍ମଶାଳା ରାସ୍ତା ଯିବା ଆସିବା ଠପ
Titlagarh, Balangir | Aug 25, 2025
ୟୁରିଆ ସାର କଳା ବଜାରି ଚଳିବ ନାହିଁ, ଚାଷିଙ୍କୁ ଉଚିତ ମୂଲ୍ୟରେ ୟୁରିଆ ସାର ଯୋଗାଇ ଦିଆଯାଉ ବୋଲି ଟିଟିଲାଗଡ଼ ଥାନା ଠାରୁ ଧର୍ମଶାଳା ରୋଡ ରାସ୍ତା ଅବରୋଧ କରିଛନ୍ତି ଚାଷି ଓ କଂଗ୍ରେସ ଦଳର କର୍ମୀ । ଚାଷି ଆଜି ଚାଷ ଛାଡ଼ି ଆଜି ରାଜ ରାସ୍ତାରେ, ଯେଉଁ ୟୁରିଆ ୨୭୦ ଟଙ୍କା ଅଛି ତାହା ବାହାରେ ୭୦୦ ରୁ ୮୦୦ ଟଙ୍କାରେ ବିକ୍ରି ହେଉଛି। ହୋଲସେଲର ଦାୟିତ୍ଵ ନେଇଛନ୍ତି ମା ଘଣ୍ଟାଶୁଣି ଟ୍ରେଡର ଓ ହିନ୍ଦୁସ୍ଥାନ ଟ୍ରେଡର। ମାର୍କଫେଡ ଯେଉଁଟା ଅଛି ତାହା ସଂପୂର୍ଣ୍ଣ ମାତ୍ରାରେ ବନ୍ଦ ରହିଚି ବୋଲି କହିବା ସହ ଧାରଣାରେ ରାସ୍ତା ଅବରୋଧ କରି ଚାଷୀଙ୍କ ସହ ବସିଛନ୍ତି କଂଗ୍ରେସ ନେତା ବିରେନ୍ଦ୍ର ବାଗ