This browser does not support the video element.
ଝାରସୁଗୁଡା: ଝାରସୁଗୁଡା ସହରରେ ବିଘ୍ନ ବିନାଶକ ଗଜାନନ ଙ୍କ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ
Jharsuguda, Jharsuguda | Sep 6, 2025
ଝାରସୁଗୁଡା ସହରରେ ବିଘ୍ନ ବିନାଶକ ଗଜାନନ ଙ୍କ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଝାରସୁଗୁଡା ସହର ର ବିଭିନ୍ନ ପୂଜା କମିଟି ପକ୍ଷରୁ ଗତ ୨୭ ତାରିଖ ରୁ ସମ୍ପୂର୍ଣ ରୀତିନିତୀରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିବାବେଳେ ଆଜି ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ଶନିବାର ଅପରାହ୍ନ ୫ ଟା ରୁ ରାତି ୯ଟା ଯାଏଁ ଭବ୍ୟ ଶୋଭାଯାତ୍ରା କରି ବିଘ୍ନ ବିନାଶକଙ୍କୁ ବିଦାୟ ଦେଇଛନ୍ତି ଝାରସୁଗୁଡାବାସୀ l ଘଣ୍ଟ ଶଙ୍ଖ, ବଜାର ତାଳେ ତାଳେ ଗଜାନଙ୍କ ପ୍ରତିମୂର୍ତ୍ତି ଧରି ଶ୍ରଦ୍ଧାଳୁମାନେ ସହର ପରିକ୍ରମା କରିବା ସହ ବିଘ୍ନ ବିନାଶକଙ୍କ ନିକଟରେ ଜୀବଜଗତ ର କଲ୍ୟାଣ କାମନା କରିଛନ୍ତି l