This browser does not support the video element.
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବଣସିଂହ ପଞ୍ଚାୟତ ନୂଆଗଡ ଗ୍ରାମରେ ହାତୀ ଉପଦ୍ରବ।ଦିନସାରା ବାଡ଼ିରେ ରହିଲେ
Dhenkanal Sadar, Dhenkanal | Sep 2, 2025
ଢେଙ୍କାନାଳ ସଦର ବ୍ଲକ ଢେଙ୍କାନାଳ ବନଖଣ୍ଡର ଯୋରନ୍ଦା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବଣସିଂହ ଅଞ୍ଚଳରେ ଆଜି ତା ୨।୯ ରିଖ ସକାଳ ୫ ଘଣ୍ଟା ଠାରୁ ହାତୀ ଉପଦ୍ରବ ବ୍ୟାପକ ହୋଇଛି । ଦୁଇଟି ହାତୀ ନୂଆଗଡ ଗ୍ରାମର ବିଜୟ ଶତପଥିଙ୍କ ବାଡିରେ ଦିନସାରା ରହିଥିଲେ । ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ବନକର୍ମଚାରୀମାନେ ସେଠାରେ ପହଂଚିନଥିବା ଅଭିଯୋଗ ହୋଇଛି । ତେବେ ହାତୀ ଦୁଇଟି ଦିନସାରା ଶ୍ରୀ ଶତପଥିଙ୍କ ବାଡି ଓ ପଡୋଶୀଙ୍କ ବାଡିରେ ବିଭିନ୍ନ ଗଛ ଭଙ୍ଗାରୁଜା ଓ ଦଳିମକଚି ବ୍ୟାପକ ନଷ୍ଟ କରିଛନ୍ତି । ଜନବସତି ଅଂଚଳରେ ଦିନସାରା ହାତୀ ରହିଥିବାରୁ ଲୋକେ ଭୟଭୀତ ହୋଇ ଥିଲେ ।