This browser does not support the video element.
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ସମନ୍ୱିତ ଶିଶୁ ବିଭାଗ ପ୍ରକଳ୍ପ ଆନୁକୂଲ୍ୟରେ ସଦାବର୍ତ୍ତ ନୂଆଗାଁ ଠାରେ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.
Kabisuryanagar, Ganjam | Sep 24, 2025
କବିସୂର୍ଯ୍ୟନଗର ସମନ୍ୱିତ ଶିଶୁ ବିଭାଗ ପ୍ରକଳ୍ପ ଆନୁକୂଲ୍ୟରେ ସଦାବର୍ତ୍ତ ନୂଆଗାଁ ଠାରେ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.। ସଦାବର୍ତ୍ତ ନୂଆଗାଁ 3 ନଂ ୱାର୍ଡ ସ୍ଥିତ ଅଙ୍ଗନବାଡି କେନ୍ଦ୍ର B ଶର୍ମିଷ୍ଠା କୁମାରୀ ସ୍ୱାଇଁ ଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସିଡିପିଓ ଜାନକୀ ମାଝୀ, ସୁପରଭାଇଜର ଗୀତାଞ୍ଜଳି ବେହେରା, ପୋଷଣ ଅଧିକାରୀ ବାଦଲ ସ୍ୱାଇଁ, ରାମକୃଷ୍ଣ ପାଣିଗ୍ରାହୀ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହଦେଵ ନାୟକ, ଗ୍ରାମ ସଭାପତି ଯୋଗୀନ୍ଦ୍ର ସ୍ୱାଇଁ,ବ୍ରଜସୁନ୍ଦର ମଲ୍ଲିକ,ୱାର୍ଡମେମ୍ବର ଶ୍ରୀରାମ ସ୍ୱାଇଁ ଉପସ୍ଥିତ ଥିଲେ.