This browser does not support the video element.
ବଡଚଣା: ଜିଲ୍ଲା ଏସୟୁସିଆଇ କମିଟି ପକ୍ଷରୁ ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
Badachana, Jajpur | Sep 26, 2025
ଏସୟୁସିଆଇ କମିଟି ପକ୍ଷରୁ ଯାଜପୁର ଟାଉନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ l କମ୍ରେଡ ସୁରେନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ରାଜ୍ୟ ସମ୍ପାଦକ କମ୍ରେଡ ଶଙ୍କର ଦାସଗୁପ୍ତା ଯୋଗଦେଇ ବିଜେପି ଶାସନ ସମୟରେ କିଭଳି ଦେଶରେ ଦରଦାମ ବୃଦ୍ଧି,ଛାତ୍ରୀ,ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି ଆଲୋଚନା କରିଥିଲେ l ରାଜ୍ୟରେ ବିଜେପି ସରକାର ନିଶା ନିବାରଣ ପାଇଁ ସ୍ଲୋଗାନ ଦେଲେ ମାତ୍ର ରାଜ୍ୟରେ ନୂତନ 70 ଟି ମଦ ଦୋକାନ ଖୋଲିବା ସାଙ୍ଗକୁ 3ଟି ଦେଶୀ ମଦ କାରଖାନା ପାଇଁ ଘୋଷଣା କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଥିଲେ l