This browser does not support the video element.
ଦଶପଲ୍ଲା: କଣ୍ଟିଲୋ ଗ୍ରାମରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ
Dasapalla, Nayagarh | May 17, 2024
ଆଜି ପୂର୍ବାହ୍ନ ୧୦ ଟାରେ ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଗ୍ରାମରେ କଣ୍ଟିଲୋ ପୋଲିସ ପକ୍ଷରୁ ଜିଲ୍ଲା ଏଷିପି ଙ୍କ ନିର୍ଦ୍ଦେଶକ୍ରମେ କଣ୍ଟିଲୋ ଥାନା ଅଧିକାରୀ ଏବଂ CRPF ଜବାନ ଙ୍କ ଉପସ୍ତିରେ ଏକ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖୁ ଯେପରି କୌଣସି ନିର୍ବାଚନୀ ହିଂସା ନ ଘଟେ ଏବଂ ଶାନ୍ତିଶୃଙ୍ଖଳାର ସହିତ ଭୋଟର ମାନେ ମତଦାନ ହେଇପାରିବ, ସେଥିପାଇଁ ଏପରି ପଦକ୍ଷେପ ଜିଲ୍ଲା ପୋଲିସ ପକ୍ଷରୁ ନିଆଯାଇଛି ବୋଲି ସୂଚନା ମିଳିଛି ।