Download Now Banner

This browser does not support the video element.

ପୋଲସରା: ଢୁଙ୍କାପଡା ରେ ପାଣି ପାଇଁ ରାସ୍ତା ରୋକ,ହାଣ୍ଡି ମାଠିଆ ରଖି ଟାୟାର ଜାଳି ପ୍ରତିବାଦ କଲେ ମହିଳା, ପୁରୁଷ

Polasara, Ganjam | Aug 31, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଢୁଙ୍କାପଡା ନୁଆଁସାହି ଛକ ରେ ମୁଖ୍ୟ ରାସ୍ତା ଅବରୋଧ କଲେ ମହିଳା ଓ ପୁରୁଷ l ରାସ୍ତା ଉପରେ ହାଣ୍ଡି ମାଠିଆ ରଖି ଟାୟାର ଜାଳି ପ୍ରତିବାଦ କରିଛନ୍ତି ଲୋକେ l ଫଳରେ ବୁଗୁଡ଼ା ରୁ ହତିଓଟ କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ମୁଖ୍ୟରାସ୍ତା ଅବରୋଧ କରାଯାଇଥିଲା l ଫଳ ରେ ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଥିବା ବେଳେ ବର୍ଷ ବର୍ଷ ଧରି ସାହିରେ ପାଣି ସମସ୍ୟା ଲାଗି ରହିଛି l ସମସ୍ୟା ସମାଧାନ ନେଇ ବହୁବାର ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ରାଜ ରାସ୍ତା କୁ ଓଲ୍ହାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l
Read More News
T & CPrivacy PolicyContact Us