This browser does not support the video element.
ନର୍ଲା: ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କା ପାଇବେ ତୁଳାପଡା ସ୍ଥିତ ଦାମୋଦର ସରକାରୀ ଉଚ୍ଚ ବିଦ୍ୟାପୀଠର କ୍ରୀଡା ଶିକ୍ଷକ
Narala, Kalahandi | Sep 2, 2025
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତୁଳାପଡା ସ୍ଥିତ ଦାମୋଦର ସରକାରୀ ଉଚ୍ଚ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ସନ୍ତୋଷାନନ୍ଦ ନାୟକ ମନୋନୀତ ହୋଇଥିବା ଜଣାପଡିଛି । ଉକ୍ତ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ନାୟକ କ୍ରୀଡା କ୍ଷେତ୍ରରେ ଅନେକ ସୁନାମ ଅର୍ଜନ କରିଥିବା ବେଳେ ଜାତୀୟସ୍ତର କ୍ରୀଡାର ପରିଚାଳନା କରି ଅତୀତରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଥିବା ଖବର ଅଞ୍ଚଳରେ ଜଣାପଡ଼ିବା ପରେ ତାଙ୍କ ନିକଟକୁ ବିଭିନ୍ନ ବର୍ଗରୁ ଶୁଭେଚ୍ଛା ବାର୍ତ୍ତା ପହଞ୍ଚୁଥିବା ଜଣାପଡିଛି।