Download Now Banner

This browser does not support the video element.

ଚମ୍ପୁଆ: ଗ୍ରେଡ ହେରଫେର ଘଟଣା ନିରପେକ୍ଷ ତଦନ୍ତ ଓ ଟ୍ରକ ମାଲିକଙ୍କୁ ନ୍ୟାୟ ଦାବିରେ ବଙ୍ଗଳାଛକରେ କମ୍ପାନୀ ବିରୁଦ୍ଧରେ ପ୍ରଦର୍ଶନ କଲେ ଟ୍ରକ ମାଲିକ

Champua, Kendujhar | Aug 27, 2025
ବଡ଼ବିଲ ତହସିଲ ଅନ୍ତର୍ଗତ ଆର୍ସେଲର୍ ମିତ୍ତଲ୍ କମ୍ପାନୀର ଠାକୁରାଣୀ ଲୌହ ଖଣିରୁ ଉଚ୍ଚମାନର ଲୁହା ପଥରକୁ ନିମ୍ନ ମାନର ଦର୍ଶାଇ ପରିବହନ କରା ଯାଉଥିବା ବେଳେ ଖଣି ବିଭାଗ ପକ୍ଷରୁ ଦୁଇଟି ଗାଡିକୁ ଜବତ୍ କରା ଯାଇଛି। ଖଣି କମ୍ପାନୀ ପକ୍ଷରୁ କରା ଯାଇଥିବା ଏହି ଅପରାଧ ପାଇଁ ନିର୍ଦ୍ଦୋଷ ଟ୍ରକ୍ ମାଲିକ ମାନେ କ୍ଷତି ସହୁଥିବା ବେଳେ ସହରରେ ଏହାର ତୀବ୍ର ବିରୋଧ କରା ଯାଉଛି। ସେନେଇ ଆଜି ସ୍ଥାନୀୟ ବଙ୍ଗଳାଛକରେ ବଡବିଲ ସିଭିଲସୋସାଇଟିର ବ୍ୟାନର ନେଇ ଗାଡି ମାଲିକ ଓ ସ୍ଥାନୀୟ ଲୋକେ ପ୍ରଶାସନର ଏହି ନିଷ୍ପତ୍ତିକୁ ବିରୋଧ ପ୍ରଦର୍ଶନ କରିଛନ୍ତି।
Read More News
T & CPrivacy PolicyContact Us