Download Now Banner

This browser does not support the video element.

ଲକ୍ଷ୍ମୀପୁର: ଓଡପୁର ଗ୍ରାମରେ ଅଜଣା ରୋଗ ଆତଙ୍କ, ସପ୍ତାହକରେ ୪ ମୃତ୍ୟୁ,ମେଡିକାଲରରେ ୭ ଜଣ ଚିକିତ୍ସିତ ହେଉଥିବା ବେଳେ ଗ୍ରାମରେ ଦିଶାରୀ ଡକାଇ କଲେ ପୂଜା

Lakshmipur, Koraput | Aug 23, 2025
କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଳକ୍ ଓଡପୁର ଗ୍ରାମରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି। ଗତ ସପ୍ତାହକରେ ୪ ଜଣକ ମୃତ୍ୟୁ ହୋଇଥିବା ବେଳେ କୋରାପୁଟ ମେଡିକାଲରରେ ୭ ଜଣ ଚିକିତ୍ସିତ ହେଉଥିବା ଜଣା ପଡିଛି। ଗ୍ରାମରେ ଭୟଭୀତ ଅବସ୍ଥାରେ ଲୋକେ ଥିବା ବେଳେ ଗ୍ରାମରେ ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଗ୍ରାମବାସୀ ଗ୍ରାମରେ ଦିଶାରୀ ଡକାଇ ପୁଜାର୍ଚ୍ଚନା ଆରମ୍ଭ କରିଛନ୍ତି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି।
Read More News
T & CPrivacy PolicyContact Us