This browser does not support the video element.
ବିଶୋଇ: ଭାତଛତ୍ର ଗ୍ରାମରେ ପବିତ୍ର ରଥଯାତ୍ରା ପାଳିତ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
Bisoi, Mayurbhanj | Jul 7, 2024
ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ମୟୂରଭଞ୍ଜ ଜିଲ୍ଲାର କୋଣ ଅନୁକୋଣରେ ଏହି ରଥ ଯାତ୍ରା ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନ ୪ଟା ସମୟରେ ବିଶୋଇ ବ୍ଲକ ର ଭାତଛତ୍ର ଗ୍ରାମରେ ରଥଯାତ୍ରା ପାଳନ ଉତ୍ସବରେ ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷ ଯୁବକ ଯୁବତୀ ଉତ୍ସବମୁଖର ହୋଇ ରଥଯାତ୍ରା ପାଳନ କରିଛନ୍ତିି। ରଥଟଣା ଯିବା ପୂର୍ବରୁ ରଥରେ ତିନି ଠାକୁରଙ୍କୁ ବିଜେ କରାଯାଇଥିଲା। ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ପାଇଁ ବିଶୋଇ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ଭିଡ଼ ଜମିଥିଲା। ଆଜି ସନ୍ଧ୍ୟା ସମୟରେ ପାଗ ଭଲ ଥିବାରୁ ଶ୍ରଦ୍ଧାଳୁମାନେ ଆଶ୍ୱସ୍ତି ଦେଖା ଯାଉଥିଲେ।