This browser does not support the video element.
ପରଜଙ୍ଗ: ପଦ୍ମପୋଖରୀ ଗାଁରେ ତୃତୀୟ ପାଳିରେ ଖୁଦୁରୁକୁଣୀ ଉଷା ଅନୁଷ୍ଠିତ
Parajang, Dhenkanal | Aug 24, 2025
ପଦ୍ମପୋଖରୀ ଗାଁରେ ତୃତୀୟ ପାଳିରେ ଖୁଦୁରୁକୁଣୀ ପୂଜା ଅନୁଷ୍ଠିତ ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ପଦ୍ମପୋଖରୀ ଗାଁରେ ରବିବାର ରାତି ୭ଟାରେ ମା ମଙ୍ଗଳ ଙ୍କ ଖୁଦୁରୁକୁଣୀ ଉଷା ଆରମ୍ଭ ହୋଇଛି। ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଏହି ମାଆ ମଙ୍ଗଳଙ୍କ ଖୁଦୁରୁକୁଣୀ ଉଷା ହୋଇଥାଏ ଆଜି ହେଉଛି ତୃତୀୟ ପାଳି। ଭାଇ ମାନଙ୍କ ମଙ୍ଗଳ କାମନା କରି ଭଉଣୀ ମାନେ ଉଷା କରିଥାନ୍ତି। ଏହି ଉଷା ତୃତୀୟ ପାଳିରେ ପୂଜା ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଭଜନ କୀର୍ତ୍ତନ ସାଙ୍ଗକୁ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଛି ପରିବେଶ।