Download Now Banner

This browser does not support the video element.

ବାଲୁଗାଁ: ବାଲୁଗାଁରେ ସମ୍ପତ୍ତି ବିବାଦକୁ ନେଇ ବାପାର ବୋମା ମାଡ଼ରେ ସାନ ପୁଅ ମୃତ

Balugaon, Khordha | Jul 12, 2024
ବାଲୁଗାଁ ବାଣପୁର ଥାନା ସାହାସପୁର ଶାନ୍ତିନଗରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବାପାଙ୍କ ବୋମାମାଡ଼ରେ ସାନ ପୁଅର ମୃତ୍ୟୁ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସମ୍ପତ୍ତିକୁ ନେଇ ବଡ଼ ପୁଅ ସହ ଦୀର୍ଘ ଦିନରୁ ବିବାଦ ରହିଥିଲା। ଏଥିରେ ବାପାଉତ୍‌କ୍ଷିପ୍ତ ହୋଇ ବଡ଼ ପୁଅ ଘରକୁ ବୋମା ମାଡ଼ କରିଥିଲେ। ହେଲେ ବୋମାଟି ସାନ ପୁଅର ମୁଣ୍ଡରେ ବାଜିଥିଲା। ଫଳରେ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Read More News
T & CPrivacy PolicyContact Us