This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲକ୍ଷ୍ମୀସାଗର ହଳଦୀ ପଡିଆ ବସ୍ତିରେ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଧମକ ଘଟଣା, ଦୁଇଜଣ ଙ୍କୁ ଗିରଫ କଲା ପୋଲିସ
Bhubaneswar M Corp, Khordha | Sep 8, 2025
ଲକ୍ଷ୍ମୀସାଗର ହଳଦୀ ପଡିଆ ବସ୍ତିରେ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଧମକ ଘଟଣା, ଦୁଇଜଣ ଙ୍କୁ ଗିରଫ କଲା ପୋଲିସ | ଅଭିଯୋଗକାରିଣୀ ଜଣକ ପରିବାର ସହ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦୀପଡ଼ିଆ ବସ୍ତିରେ ରୁହନ୍ତି । ଅଭିଯୋଗକାରିଣୀ ଘରେ ଏକାକୀ ଥିଲେ । ରୋହନ୍ ନାୟକ ନାମକ ଜଣେ ଅଭିଯୁକ୍ତ ତାଙ୍କୁ ଘରେ ଏକାକୀ ଥିବାର ଦେଖି ଟେକା ପକାଇଥିଲେ । ଅଭିଯୋଗକାରିଣୀ ଏନେଇ ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ଅଶଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାର ଧମକ ଦେଇଥିଲେ ଏବଂ ନିଜର ଅନ୍ୟ ସହଯୋଗୀ ମାନଙ୍କୁ ଘଟଣା ସ୍ଥଳକୁ ଫୋନ କରି ଡ଼ାକିଥିଲେ ।