Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଚଷାଖଣ୍ଡ ଠାରେ ଶହୀଦ ବାଘାଯତୀନ ଙ୍କ ୧୧୦ ତମ ସ୍ମୃତି ଦିବସ ସମାରୋହ ରେ ଯୋଗ ଦେଲେ କୁଳପତି

Baleshwar M, Balasore | Sep 9, 2025
ମଙ୍ଗଳବାର ପୂର୍ବାହ୍ନ ୧୧.୩୦ ମିନିଟ ସମୟରେ ଵାଘାଯତୀନ ବିକାଶ ପରିଷଦ ପକ୍ଷରୁ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚଷାଖଣ୍ଡ ଦେଶୁଆଁ ପୋଖରୀ ଠାରେ ଶହୀଦ ଵାଘାଯତୀନ ଙ୍କ ୧୧୦ ତମ ସ୍ମୃତି ଦିବସ ସମାରୋହ ପାଳନ ହୋଇଯାଇଛି।ପରିଷଦର କାର୍ଯ୍ୟକାରୀ ସଭାପତି ଗୋପୀନାଥ ଶତପଥୀ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଏଫଏମ ବିଶ୍ଵବିଦ୍ୟାଳୟ ର କୁଳପତି ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା,ପୂର୍ବତନ ବିଧାୟକ ସୁଦର୍ଶନ ଜେନା,ଆଡିସିନାଲ ଏସପି ଦେବଜ୍ୟୋତି ଦାଶ ପ୍ରମୁଖ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us