This browser does not support the video element.
ଦେବଗଡ: ମହାରାଷ୍ଟ୍ର ପୁନେ ଅଂଚଳରୁ ନିଖୋଜ ଥିବା ଜଣେ ୧୬ ବର୍ଷର ନାବାଳିକାଙ୍କୁ ଉଦ୍ଧାର କଲା ଦେବଗଡ ପୋଲିସ
Debagarh, Debagarh (Deogarh) | Sep 13, 2025
ଦେବଗଡ କଚେରି ସାହିରେ ଏକ ପରିବାର ଘର ଭଡା ନେଇ ରହୁଥିବା ବେଳେ ତାଙ୍କ ୧୬ ବର୍ଷର ନାବାଳିକା ଝିଅ ନିଖୋଜ ଥିବା ନେଇ ଦେବଗଡ ଥାନାରେ ଗତ ୫ ତାରିଖ ଅଭିଯୋଗ କରିଥିଲେ । ମାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ସଂପୃକ୍ତ ନାବାଳିକାଙ୍କୁ ମହାରାଷ୍ଟ୍ର ପୁନେ ଅଂଚଳରୁ ଉଦ୍ଧାର କରାଯାଇଥିବା ବେଳେ ଶନିବାର ସିଡବ୍ଲୁସିରେ ଉପସ୍ଥାପନ କରାଯାଇ ତାଙ୍କ ମା’ଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଶନିବାର ରାତି ୮ ଟାରେ ପୋଲିସ ଠାରୁ ସୂଚନା ମିଳିଛି ।