This browser does not support the video element.
ସୁନ୍ଦରଗଡ ସହର: ସୁନ୍ଦରଗଡ଼ ଆଇଟିଡିଏ କାର୍ଯ୍ୟାଳୟ ପରିସରରୁ ଗଡ଼ିଲା ଲାଭ ଯୋଜନା ରଥ, ପତାକା ଦେଖାଇ ଉଦଘାଟନ କଲେ ଆଇ.ଟି.ଡି.ଏ ଅଧିକାରୀ
Sundargarh Town, Sundargarh | Mar 12, 2024
ସୁନ୍ଦରଗଡ଼ ଆଇଟିଡିଏ କାର୍ଯ୍ୟାଳୟ ପରିସରରୁ ଲାଭ ଯୋଜନା ରଥ ଗଡ଼ିଛି । ଏହି ରଥ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗଡିବ। ଏହି ରଥ ଲଘୁ ବନଜାତ ଦ୍ରବ୍ୟ କ୍ରୟ ବା ଲାଭ ରଥକୁ ସୁନ୍ଦରଗଡ ଆଇଟିଡିଏ ଅଧିକାରୀ ଧୀରେନ୍ଦ୍ର ସେଠି ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଆଦିବାସୀଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି)ରେ ଲଘୁ ବନଜାତ ଦ୍ରବ୍ୟ କ୍ରୟ ନିମନ୍ତେ ସରକାର ଶତପ୍ରତିଶତ ଯୋଜନା ଲାଭ ପ୍ରଚଳନ କରିବ ବୋଲି ଅଧିକାରୀ କହିଥିଲେ।