This browser does not support the video element.
ପରଜଙ୍ଗ: କାନପୁରା ପଞ୍ଚାୟତ ଜନ୍ତାରିବୋଲ ଗାଁରେ ଭୟାବହ ଅଗ୍ନିକାଣ୍ଡରେ ୩ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ
Parajang, Dhenkanal | Sep 9, 2025
କାନପୁରା ପଞ୍ଚାୟତ ଜନ୍ତାରିବୋଲ ଗାଁରେ ଭୟାବହ ଅଗ୍ନିକାଣ୍ଡରେ ୩ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ। କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରିବୋଲ ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୩ ବଖରା ଘର ସହିତ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଗାଁର ମୁନି ନାୟକଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ପରିବାର ଲୋକେ ଖାଇ ପିଇ ଶୋଇବାକୁ ଯାଇଥିଲେ। ହଠାତ ଘରେ ନିଆଁ ଲାଗି ଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କ୍ଷଣକରେ ମୁନି ନାୟକଙ୍କର ସମ୍ପୂର୍ଣ୍ଣ ୩ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛ