Download Now Banner

This browser does not support the video element.

ଅନୁଗୋଳ: ବେଡ଼ାଶର ଗ୍ରାମ ନିକଟ ରେଳ ଧାରଣାରେ କଟି ହୋଇ ଜଣେ ମୃତ

Anugul, Angul | Sep 8, 2025
ଅନୁଗୋଳ ଜିଲ୍ଲା ଅନୁଗୋଳ ସଦର ଥାନା ଅନ୍ତର୍ଗତ ବେଡ଼ାଶର ଗ୍ରାମ ନିକଟ ଦେଇ ଯାଇଥିବା ରେଳ ଧାରଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଜରାସିଂହା ଗ୍ରାମର ପୀତବାସ ବେହେରାଙ୍କ ପୁଅ ତ୍ରିନାଥ ବେହେରା (୨୨) ବୋଲି ସୂଚନା ମିଳିଛି। ରେଲୱେ ପୋଲିସ ରବିବାର ରାତି ସାଢ଼େ ଗୋଟାଏ ପାଟ୍ରୋଲିଂ କରୁଥିବା ବେଳେ ବେଡ଼ାଶର ଗ୍ରାମ ନିକଟ ରେଳ ଧାରଣାରେ କଟି ଯାଇ ଗୋଟିଏ ମୃତ ଦେହ ପଡ଼ିଥିବା ଦେଖିଥିଲେ। ପରେ ଘଟଣାର ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏନେଇ ରେଲୱେ ପୋଲିସ ପକ୍ଷରୁ ସୋମବାର ଦିନ ସାଢେ଼ ବାରଟା ବେଳେ ସୂଚନା ମିଳିଛି।
Read More News
T & CPrivacy PolicyContact Us