Download Now Banner

This browser does not support the video element.

ସୁନ୍ଦରଗଡ ସହର: ଗଡିଆ ଜୋର ନିକଟରେ ଟ୍ରକ ଓ ବୋଲେରୋ ମୁହାଁ ମୁହିଁ ଧକ୍କା, ଚାରି ଗୁରୁତର, ଧରୁଆ ଡିହି ପୋଲିସର ତଦନ୍ତ ଜାରି

Sundargarh Town, Sundargarh | Aug 25, 2025
ଆଜି ଅଗଷ୍ଟ 25 ତାରିଖ ସୋମବାର ଅପରାହ୍ନ 3:50 ପାଖାପାଖି ସମୟରେ ଘଟିଛି ଏହି ଦୁର୍ଘଟଣା। OD-16J-1952 ବୋଲେରୋ ସହ OD-15Z-1410 ସହ ମୁହାଁ ମୁହିଁ ଧକ୍କା ହେବା ଫଳରେ ବୋଲେରୋ ରେ ଥିବା ଚାରି ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଚାଳକ ସଙ୍ଗୀନ ଥିବା ଜଣା ପଡିଛି। ତେବେ ଦୁର୍ଘଟଣା ଘଟିବା ପରେ ଟ୍ରକ ଛାଡ଼ି ଚାଳକ ଫେରାର ହୋଇ ଯାଇଛି। କେତେକ ସ୍ଥାନୀୟ ଗୁରୁତରଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପଠାଇବା ସହ ଧରୁଆ ଡିହି ପୋଲିସ୍ କୁ ସୂଚନା ଦେଇଥିଲେ। ତେବେ ଘଟଣା ସ୍ଥଳରେ ଧରୁଆ ଡିହି ପୋଲିସ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହ ତନାଘନା ଜାରି ରଖିଥିବା ଜଣା ପଡିଛି।
Read More News
T & CPrivacy PolicyContact Us