This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଦାନିବନ୍ଧ ସ୍ଥିତ ଶିବ ଦର୍ଶନ ଭବନ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ
Sambalpur M, Sambalpur | Aug 25, 2025
ସ୍ଥାନୀୟ ଦାନିବନ୍ଧ ସ୍ଥିତ ଶିବ ଦର୍ଶନ ଭବନ ବ୍ରହ୍ମା କୁମାରୀଜ୍, ଠାରେ ପୂର୍ବାହ୍ନ 10 ଟା ସମୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି । ଏଥିରେ ସମ୍ବଳ ସଂଗଠନର ସଦସ୍ୟ ମାନେ ସହଯୋଗ କରିଥିଲେ। ମୂଖ୍ୟ ଅତିଥି ଭାବେ ସଞ୍ଜୟ କୁମାର ଝା, ଡି ଜି ଏମ୍, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ସମ୍ବଲପୁର, ବ୍ରହ୍ମା କୁମାରୀ ବନିତା ଭଉଣୀ ଏବଂ ବ୍ରହ୍ମାକୁମାରୀର ଅନ୍ୟ ଭାଇ ଭଉଣୀଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ l ଏହି ରକ୍ତଦାନ ଶିବିରରେ ୬୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା l ସଂଗ୍ରହ ହୋଇଥିବା ରକ୍ତ ୟୁନିଟ ବୁର୍ଲା ଭୀମସାର କୁ ପଠାଯାଇଛି l