Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଟାଉନ ଥାନା ଅନ୍ତର୍ଗତ ଆମ୍ବେଦକର ନଗରରୁ ବେଆଇନ ଭାବରେ ବ୍ରାଉନସୁଗାର କାରବାର କରୁଥିବା ଅଭିଯୋଗ,ଜଣେ ଗିରଫ, ବ୍ରାଉନସୁଗାର ଜବତ

Sambalpur M, Sambalpur | Sep 12, 2025
ଟାଉନ ଥାନାଞ୍ଚଳରେ ବେଆଇନ ଭାବରେ ବ୍ରାଉନସୁଗାର କାରବାର କରୁଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ବ୍ରାଉନସୁଗାର ସହିତ ଧରିଛି । ପୁଲିସର ସୁଚନା ଅନୁଯାୟୀ, ବେଆଇନ ଭାବରେ ନିଶା କାରବାର ଚାଲୁଥିବାର ଖବର ପାଇ ପୁଲିସ ଆମ୍ବେଦକର ନଗର ସ୍ଥିତ ସ୍ୱିମିଂ ପୋଲ ନିକଟରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଆମ୍ବେଦକର ନଗର ନିବାସୀ ଅର୍ଜୁନ ଆଚାରୀ (୨୪) ନାମକ ଜଣେ ଯୁବକଙ୍କୁ ଧରିବା ସହିତ ତା ନିକଟରୁ ୧୯.୯ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲା । ଏଣୁ ଏକ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରାଯାଇଛି ବୋଲି ଟାଉନ ପୁଲିସ କହିଛି ।
Read More News
T & CPrivacy PolicyContact Us