This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ ରେଳଷ୍ଟେସନରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଅଟକ - ୭ କେଜି ୪୭୦ ଗ୍ରାମ ଗଞ୍ଜେଇ ଜବତ
Titlagarh, Balangir | Sep 7, 2025
ପ୍ରାପ୍ତ ସୂଚନା ଅନୁଯାଇ ଟିଟିଲାଗଡ଼ ରେଳ ସୁରକ୍ଷା ବଳର ଥାନାଧିକାରୀ ଶ୍ରୀ ଏସ ବି ପୁନିଆ, ଏସ ଆଇ ଏସ କେ ମୀନା, ଏ ଏସ ଆଇ କେ ପ୍ରକାଶ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ନେଇ ଚେକିଂ କଲାବେଳେ ଜଣେ ବ୍ୟକ୍ତିଙ୍କୁ ସନ୍ଦେହ ହେବାରୁ ତାକୁ ଯାଞ୍ଚ କରାଯାଇଥିଲା। ତାଙ୍କ୍ ବ୍ୟାଗରୁ ୭ କେଜି ୭୪୦ ଗ୍ରାମ ଗଞ୍ଜେଇ ଜବତ୍ କରାଯାଇଛି। ବ୍ୟକ୍ତି ଜଣକ ହେଲେ ବିହାର ରାଜ୍ୟ ଭାଗଲପୁର ଜିଲ୍ଲାର ସୋନୁଡିହ ଗ୍ରାମର ରିଶି କପୁର। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୪୭୦୦ ଟଙ୍କା ହେବ ବୋଲି ଜଣାପଡିଛି। ଆଜି ୧୨ ଟା ୧୫ ମିନିଟ ସମୟରେ ଏହି ସୂଚନା ଦେଇଛନ୍ତି ଆର ପି ଏଫ ଅଧିକାରୀ ଏସ ବି ପୁନିଆ।