This browser does not support the video element.
ଖରିଆର: ଖଇରା ଗ୍ରାମରେ ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
Khariar, Nuapada | Sep 10, 2025
ବୋଡେ଼ନ ବ୍ଲକ ଖଇରା ଗ୍ରାମରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣକର ମୃତ୍ୟୁ ହୋଇଯାଇଥିବା ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଆଜି ୨ ଟା ସମୟରେ ରାଏଧର ଦଳ ଓ ଜଣେ ଅନ୍ୟ ସାଥି ଖଇରା ଗ୍ରାମରୁ ଏକ ବାଇକରେ ଯାଉଥିବା ବେଳେ ଖଇରା ଗ୍ରାମର ବୁଲାଣିରେ ଭାରସାମ୍ୟ ହରାଇ ବାଇକକୁ ଏକ ଗଛରେ ପିଟି ହୋଇଥିଲା । ଯାହାଫଳରେ ରାଏଧର ଦଳ (୩୬)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣକୁ ବୋଡ଼େନ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୋଡ଼େନ ପୋଲିସ ପହଞ୍ଚି ବାଇକ ଓ ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି।