This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲି ଥାନା ଅନ୍ତର୍ଗତ ଆଦର୍ଶ ମାର୍ଗ ଠାରେ ଥିବା ଏକ ଖାଦ୍ୟ ଦୋକାନରେ ଗଣ୍ଡଗୋଳ ଘଟଣା, ଅଭିଯୁକ୍ତ ଗିରଫ
Sambalpur M, Sambalpur | Sep 10, 2025
ଅଇଁଠାପାଲି ଥାନା ଅନ୍ତର୍ଗତ ଆଦର୍ଶ ମାର୍ଗ ଠାରେ ଥିବା ଏକ ଖାଦ୍ୟ ଦୋକାନକୁ ଗତକାଲି ରାତ୍ରି ପ୍ରାୟ ସାଢ଼େ ୧୦ଟା ସମୟରେ ଅମୁଲ୍ୟା ବିଶି ନାମକ ଜଣେ ଯୁବତୀ ଏବଂ ଅନ୍ୟ ଜଣେ ଯୁବତୀ ଆସି ଖାଦ୍ୟ ଅର୍ଡର କରିଥିଲେ । ତେବେ ଦୋକାନରେ ଭିଡ ଥିବାରୁ ଖାଦ୍ୟ ଦେବା ପାଇଁ ପ୍ରାୟ ଅଧ ଘଣ୍ଟା ଲାଗିବ ବୋଲି ହୋଟେଲ କର୍ମଚାରୀ କହିଥିଲେ । ଏହାକୁ ନେଇ ଉଭୟ ଯୁବତୀ ଉତ୍ତେଜିତ ହୋଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ମାଡ ମାରିଥିଲେ । ଏହା ଦେଖି ଦୋକାନର ମାଲିକ ହସ୍ତକ୍ଷେପ କରିବାରୁ ତାଙ୍କୁ ମଧ୍ୟ ସେମାନେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଧମକଚମକ ଦେଇଥିଲେ । ଏଥି ସହ ଦୋକା