Download Now Banner

This browser does not support the video element.

ନୂଆପଡା: ନୂତନ ଧିଙ୍ଗିଆମୁଣ୍ଡା ପଞ୍ଚାୟତ ଗଠନ ଦାବିରେ ଖଡ଼ିଆଳ ଠାରେ ଜିଲ୍ଲାପାଳ ଓ ବିଧାୟକଙ୍କୁ ଭେଟିଲେ କେନ୍ଦୁମୁଣ୍ଡା ପଞ୍ଚାୟତବାସୀ

Nuapada, Nuapada | Sep 5, 2025
ଖଡ଼ିଆଳ ବ୍ଲକ ବିଶ୍ରାମଗୃହ ଠାରେ ଆଜି ୪.୩୦ ରେ ଜିଲ୍ଲାପାଳ ଓ ବିଧାୟକଙ୍କୁ ଭେଟିଛନ୍ତି କେନ୍ଦୁମୁଣ୍ଡା ପଞ୍ଚାୟତବାସୀ । କେନ୍ଦୁମୁଣ୍ଡା ପଞ୍ଚାୟତକୁ ୨ ଭାଗ କରି ନୂତନ ଧିଙ୍ଗିଆମୁଣ୍ଡା ପଞ୍ଚାୟତ ଗଠନ କରିବାକୁ ଦାବି କରିଥିଲେ। ନୂତନ ଧିଙ୍ଗିଆମୁଣ୍ଡା ପଞ୍ଚାୟତ ଗଠନ ହେଲେ କେନ୍ଦୁମୁଣ୍ଡା ଓ ଧିଙ୍ଗିଆମୁଣ୍ଡା ପଞ୍ଚାୟତବାସୀ ଲାଭାନ୍ଵିତ ହୋଇପାରିବେ ଓ ସରକାରୀ ସୁଫଳତା ସମସ୍ତଙ୍କୁ ମିଳିପାରିବ ବୋଲି ଜଣାଇଥିଲେ। କେନ୍ଦୁମୁଣ୍ଡା ସରପଞ୍ଚ ମଦନ ଦଣ୍ଡସେନା, ଜିତେନ୍ଦ୍ର ନାଏକ, ଜାନକୀ ସୂପକାର, ଭୁବନେଶ୍ୱର ନାଏକ, ଜିତେନ୍ଦ୍ର ଖର୍ସେଲ, ପୂରୁନ ନାଗ, ଧନୀରାମ ହଂସ ଥିଲେ।
Read More News
T & CPrivacy PolicyContact Us