This browser does not support the video element.
ଜି ଉଦୟଗିରି: ସରପଞ୍ଚ ହେବା ପରେ ମଧ୍ୟ ମୂର୍ତ୍ତି ଗଢିବା କାର୍ଯ୍ୟରେ ଲିପ୍ତ ପବିଙ୍ଗିଆ ପଞ୍ଚାୟତର ସରପଞ୍ଚ ।
G Udayagiri, Kandhamal | Aug 27, 2024
ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି, କିନ୍ତୁ ଛାଡି ନାହାନ୍ତି ମୂର୍ତ୍ତି ଗଢିବା ନିଶା। ସମୟ ମିଳିଲେ ଲାଗି ପଡନ୍ତି ମୂର୍ତ୍ତି ଗଢିବା କାମରେ । ରୋଜଗାର ପାଇଁ ନୁହେଁ ଏଥିରୁ ମିଳିଥାଏ ତାଙ୍କୁ ଆନନ୍ଦ। ଗଣେଶ ଓ ସରସ୍ବତୀଙ୍କ ମୂର୍ତ୍ତି ନିର୍ମାଣ କରିଥାନ୍ତି। ମୂର୍ତ୍ତି ଗଢି ଏହାକୁ ସ୍କୁଲକୁ ପୂଜା କରିବାକୁ ଦେଇଥାନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଂଚାୟତର ସରପଞ୍ଚ ଲାଲମୋହନ କହଁର । ସେ ଜଣେ ସରପଞ୍ଚ ହୋଇଥିଲେ ମଧ୍ୟ ନିଶା ତାଙ୍କର ମୂର୍ତ୍ତି ଗଢିବା ଓ ଚିତ୍ର ଆଙ୍କିବା।