This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା, ଦୁଇଟି ଗାଡ଼ି କ୍ଷତିଗ୍ରସ୍ତ
Bhubaneswar M Corp, Khordha | Aug 24, 2025
ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା,ଦୁଇଟି ଗାଡି କ୍ଷତିଗ୍ରସ୍ତ | ଆଜି 1.21ରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା ଘଟିଛି | ଡିଭାଇଡର୍ ଉପରେ ଚଢି ଗଲା କାର୍। ପେଟ୍ରୋଲ ପମ୍ପରୁ ହଠାତ୍ ଗୋଟିଏ ଗାଡ଼ି ବାହାରିବାରୁ ହେଲା ଦୁର୍ଘଟଣା। ଭାରସାମ୍ୟ ହରାଇ କାର୍ ପିଟି ହୋଇଗଲା ଗଛରେ। ଦୁର୍ଘଟଣାରେ ଦୁଇଟି ଗାଡ଼ି କ୍ଷତିଗ୍ରସ୍ତ। ରାସ୍ତାରେ ଭିଡ଼ ଯୋଗୁ ଘଟଣା ସ୍ଥଳରେ ସ୍ଥାନୀୟ ଚନ୍ଦ୍ରଶେଖରପୁର ପୋଲିସ ପହଁଚି ଟ୍ରାଫିକ କ୍ଲିୟର କରିଥିବା ସୂଚନା ମିଳିଛି |