This browser does not support the video element.
କଟକ ପୌରାଞ୍ଚଳ: ତିଗିରିଆ ଥାନା ଅନ୍ତର୍ଗତ ନୂଆ ସଡ଼କ ଛକରେ ସଡ଼କ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର
Cuttack M Corp PS, Cuttack | Sep 10, 2025
କଟକ ଜିଲ୍ଳା ତିଗିରିଆ ଥାନା ଅନ୍ତର୍ଗତ ନୂଆ ସଡ଼କ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ତେବେ ସମସ୍ତଙ୍କ ଘର ଅଚଳକୋଟ ପଞ୍ଚାୟତ ହରିଡାପଶି ଗ୍ରାମରେ ବୋଲି ସୂଚନା ମିଳିଛି। ବୁଧବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତିନି ଜଣ ଯୁବକ ବାଇକରେ ଆସିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟକୁ ପିଟିବାରୁ ଏହି ଦୁର୍ଘଟଣା ଘଟିଥିଲା।