This browser does not support the video element.
ବୌଦ୍ଧ ସଦର: ମୁର୍ଶୁଣ୍ଢ1 ସ୍ଥିତ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ଠାରେ ନୂତନ ବିଡ଼ିଓଙ୍କ କାର୍ଯ୍ୟଭାର ଗ୍ରହଣ
Baudh Sadar, Boudh (Bauda) | Sep 8, 2025
ସୋମବାର ଦିନ ମୁର୍ଶୁଣ୍ଢ1 ସ୍ଥିତ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ଠାରେ ନୂତନ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ କାର୍ଯ୍ୟଭାର ଗ୍ରହଣ କରିଛନ୍ତି | ବିଦାୟୀ ବିଡ଼ିଓ ଯୁଦ୍ଧିଷ୍ଠିର ମେହେରଙ୍କ ଠାରୁ ଶ୍ରୀ ବିଶ୍ୱାଳ କାର୍ଯ୍ୟଭାର ଗ୍ରହଣ କରିବା ପରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ ଓ ଜନ ପ୍ରତିନିଧି ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ଓ ବିଦାୟୀ ବିଡ଼ିଓଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ବୌଦ୍ଧରେ ଯୋଗଦାନ ପୂର୍ବରୁ ଶ୍ରୀ ବିଶ୍ୱାଳ ସୁନ୍ଦରଗଡ ଜିଲ୍ଲାର କୁତ୍ରା ବ୍ଲକର ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ l