This browser does not support the video element.
କୋରାପୁଟ ସହର: କୋରାପୁଟରେ ଜାତି ଭେଦଭାବ ବିରୋଧରେ ୮ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜିଲ୍ଲା ଡମ ସମାଜ ବିକାଶ ପରିଷଦ ପକ୍ଷରୁ ପ୍ରଦାନ
Koraput Town, Koraput | Sep 12, 2025
କୋରାପୁଟ ଜିଲ୍ଲା ଡମ ସମାଜ ବିକାଶ ପରିଷଦ ଦ୍ୱାରା ଆଜି ଦିନ ୨ଟା ସମୟରେ ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୮ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ଡମ ସମାଜ ବିକାଶ ପରିଷଦ ସଭାପତି ରାଜେନ୍ଦ୍ର ଧଡ଼କା, ସାଧାରଣ ସମ୍ପାଦକ ଡାନିଏଲ ଖରା, ସେମିଲିଗୁଡା ବ୍ଲକ ଉପାଧ୍ୟକ୍ଷ ଶିବା ବାଙ୍ଗାରି, ସେମିଲିଗୁଡା ବ୍ଲକ ସଭାପତି ଅଶୋକ କନ୍ଧପାନ, ଉପସଭାପତି ନିରଞ୍ଜନ ଖିଲ, ନନ୍ଦପୁର ବ୍ଲକ ସଭାପତି ଗଙ୍ଗାଧର ଖରା ଓ ଅନ୍ୟାନ୍ୟ ଆଦିବାସୀ ସମାଜ ପ୍ରତିନିଧିମାନେ ଉପସ୍ଥିତ ଥିଲେ।