This browser does not support the video element.
ପାରଳାଖେମୁଣ୍ଡି: ନୂଆଗଡରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ
Paralakhemundi, Gajapati | Sep 25, 2025
ନୂଆଗଡରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ । ଗଜପତି ଜିଲ୍ଲା ନୂଆଗଡ ବ୍ଲକର କନଫରେନ୍ସ ହଲ୍ରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସଚିବ , ଗଜପତି, ଶ୍ରୀ ବିମଳ ରାଉଲଙ୍କ ଅଧ୍ୟକ୍ଷତା କରି ସଭା ସଦସ୍ୟ ମାନଙ୍କୁ ପ୍ରବାସୀ ଶ୍ରମିକଙ୍କ ଅଧିକାର, ସୁବିଧା ଓ ସରକାରୀ ପ୍ରୟାସ ବିଷୟରେ ସଚେତନ କରିଥିଲେ। ଏହି ଅବସରରେ ନୂଆଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲୋକନାଥ ସବର, ଜିଲ୍ଲା ଶ୍ରମ ଅଧିକାରିଣୀ ଶ୍ର