This browser does not support the video element.
ଝାରସୁଗୁଡା: ଖେରୁଆଲ ଠାରୁ ୪ କେଜି ଗଂଜେଇ ଜବତ କରିଛି ବଡ଼ମାଳ ପୋଲିସ
Jharsuguda, Jharsuguda | Sep 9, 2025
ଝାରସୁଗୁଡା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ଖେରୁଆଲ ଠାରୁ ୪ କେଜି ଗଂଜେଇ ଜବତ କରିଛି ବଡ଼ମାଳ ପୋଲିସ l ଗତକାଲି ଯାଞ୍ଚ ସମୟରେ ବଡ଼ମାଳ ପୋଲିସ ଏହି ୪ କେଜି ଗଂଜେଇ ଜବତ କରିବାସହ ଏଥିରେ ସମ୍ପୃକ୍ତି ବାପ ପୁଅ କୁ ଗିରଫ କରିଛି l ଗତକାଲି ବଡ଼ମାଳ ଥାନା ର ଏସ ଆଇ ଯଶୋବନ୍ତି ବାଗ ବିଶ୍ୱସ୍ତ ସୂତ୍ରରୁ ଗଂଜେଇ ଚାଲାଣ ଖବର ପାଇ ଖେରୁ ଖେରୁଆଲ ଠାରେ ଗାଡି ଯାଞ୍ଚ କରୁଥିଲେ l ଏହି ସମୟରେ ସମ୍ବଲପୁର ପଟୁ ଆସୁଥିବା ଏକ ସ୍କୁଟି କୁ ଯାଞ୍ଚ କରିବାରୁ ସେଥିରୁ ୪ କିଲୋ ଗଂଜେଇ ସହ ନଗଦ ୩୦,୦୦୦ ହଜାର ଟଙ୍କା ମିଳିଥିଲା l