This browser does not support the video element.
ଲାଞ୍ଜିଗଡ: ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀ ପରିସରରେ ଥିବା ATM ଭାଙ୍ଗି ଚୋରି ଉଦ୍ୟମ ପୁଲିସ ଏବଂ ସାଇନଟିଫିକ୍ ଟିମ୍ ର ତଦନ୍ତ
Lanjigarh, Kalahandi | Sep 13, 2025
ଗତ ବିଳମ୍ବିତ ରାତ୍ରିରେ ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀ ପରିସରରେ ଥିବା ଏକ ATM ଭାଙ୍ଗି ଚୋରି ଉଦ୍ୟମ ହେଇଥିଲା। ଶନିବାର ଭୋରରୁ ଘଟଣା ସମ୍ବନ୍ଧରେ ଜାଣିବା ପରେ ଲାଞ୍ଜିଗଡ଼ ପୁଲିସ ଥାନାକୁ ସୂଚନା ଦେଇଥିଲେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖ ପରିଚାଳକ। ଏନେଇ ଥାନା ଅଧିକାରୀ କେସିଙ୍ଗା ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ ଜଣାଇଥିଲେ। କେସିଙ୍ଗା ପୁଲିସ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ସାଇନଟିଫିକ୍ ଟିମ୍ ସହଯୋଗରେ ସିସିଟିଭି ଫୁଟେଜ କୁ ଆଧାର କରି ଘଟଣା ତଦନ୍ତ ଜାରି ରହିଛି। ଜଣ ସନ୍ଦିଗ୍ଧ କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ ହେଇଛି।