This browser does not support the video element.
ଅନୁଗୋଳ: ଚନ୍ଦ୍ରବାହାଳ ଗ୍ରାମ ପଞ୍ଚାୟତ ହାତୀ ମଣିଷ ମୁଁହାମୁହିଁ ଜଣେ ଗୁରୁତର
Anugul, Angul | Aug 30, 2025
ପଶ୍ଚିମବଙ୍ଗ ରାଜ୍ୟର ପିଣ୍ଟୁ ଏସକେ ଙ୍କ ପୁଅ ଅବଦୁଲ ହାଲିମା ରନ୍ତଲେଇ ଅଞ୍ଚଳରେ ରହି କାମ କରନ୍ତି। ଆଜି ଅପରାହ୍ନ ସମୟରେ ସଦର ଥାନା ଅନ୍ତର୍ଗତ ଚନ୍ଦ୍ର ବାହାଳ ନିକଟରେ ଥିବା ଏକ ଫାର୍ମ ହାଉସ୍ ର ପାଚେରୀ କାମ କରୁଥିବା ବେଳେ ଦୁଇ ଗୋଟି ହାତୀ ସେହି ପଚାରି ପାଖ କୁ ଆସିଥିଲେ। ଅବଦୁଲ ହାତୀ କୁ ଦେଇ ଦୌଡ଼ି ବାକୁ ଲାଗିଲେ। ହାତୀ ସହ ଅବଦୁଲ ଙ୍କର ମୁହାମୁହିଁ ହୋଇ ଯାଇଥିଲେ। ଯାହା ଫଳରେ ଅବଦୁଲ୍ ଖସି ପଡ଼ି ଥିଲେ। ସ୍ଥାନୀୟ ଲୋକ ଦେଖି ଅବଦୁଲ ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଅବଦୁଲ ଙ୍କ ଦୁଇ ଗୋଡ଼ ଏବଂ ଅଣ୍ଟା ରେ ଗଭୀର ଆଘାତ ଲାଗିଛି।