Download Now Banner

This browser does not support the video element.

ନୂଆପଡା: ସିନାପାଲି ହାଇସ୍କୁଲରେ ଟିଡି ଭ୍ୟାକ୍ସିନ ନେଇ ୨ଜଣ ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

Nuapada, Nuapada | Sep 3, 2025
ସିନାପାଲି ହାଇସ୍କୁଲରେ ଆଜି ୧୧ ଟାରେ ଟିଡି ଭ୍ୟାକ୍ସିନ ନେଇ ୨ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ଛାତ୍ରୀମାନେ ସିନାପାଲି ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ, ବୁଧବାର ତିନି ଜଣିଆ ଡାକ୍ତରୀ ଟିମ୍‌ ସିନାପାଲି ହାଇସ୍କୁଲକୁ ଯାଇ ୭୨ ଜଣ ଛାତ୍ରଛାତ୍ରୀଙ୍କୁ ଟିଡି ଭ୍ୟାକ୍ସିନ ଦେଇଥିଲେ । ଭ୍ୟାକ୍ସିନ ଦେବା ପରେ ଦୁଇ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ।ଅସୁସ୍ଥ ପରେ ୨ ଜନଙ୍କୁ ସିନାପାଲି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଏବେ ଉଭୟେ ସୁସ୍ଥ ଥିବା ମେଡ଼ିକାଲ ଇନଚାର୍ଚ୍ଚ ଶ୍ରୀମାନ ସାହୁ କହିଛନ୍ତି ।
Read More News
T & CPrivacy PolicyContact Us