This browser does not support the video element.
କୋରାପୁଟ ସହର: କୋରାପୁଟ ଓଏମପି ଛକ ନିକଟରେ ଟ୍ରକ୍ କୁ ପିଟିଲା ବାଇକ୍, ଦୁଇ ଯୁବକ ଗୁରୁତର ମେଡିକାଲରେ ଚିକିତ୍ସିତ
Koraput Town, Koraput | Sep 5, 2025
କୋରାପୁଟ ଓଏମପି ଛକ ନିକଟରେ ଟ୍ରକକୁ ପିଟିଲା ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ହୋଇଥିବା ଆଜି ଅପରାହ୍ନ ୪ଟା ସମୟରେ ପୁଲିସ ପକ୍ଷରୁ ମିଳିଛି। ସୂଚନା ଅନୁସାରେ ଶୁକ୍ରବାର ମୋଟର ସାଇକେଲରେ ଦୁଇ ଯୁବକ ଯାଉଥିବା ସମୟରେ ୨୬ ନଂ ଜାତୀୟ ରାଜପଥ ଓଏମପି ଛକ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ସମ୍ନାପଟୁ ଧକ୍କା ଦେଇ ଦୁଇ ଯୁବକ ଛିଟକି ପଡିଥିଲେ। ସ୍ଥାନୀୟ ବାସିନ୍ଦା ତୁରନ୍ତ ଟାଉନ୍ ପୋଲିସକୁ ସୂଚନା ଦେବାରୁ ଘଟଣାସ୍ଥଳରୁ ଦୁଇ ଗୁରୁତରଙ୍କୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ।