This browser does not support the video element.
ଓରିଏଣ୍ଟ: ବନହରପାଲି ଥାନା ଅନ୍ତର୍ଗତ ଢୁନ୍ଢୁନ୍ ଛକରୁ ଚୋରି ହୋଇଥିବା ବାଇକକୁ ପୋଲିସ ଜବତ କରିଛି
Orient, Jharsuguda | Aug 30, 2025
ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ଢୁନ୍ଢୁନ୍ ଛକରୁ ଚୋରି ହୋଇଥିବା ବାଇକକୁ ପୋଲିସ ଜବତ କରିଛି l ଏହାସହ ଏହି ଚୋରୀରେ ସମ୍ପୃକ୍ତ ଥିବା ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଜି ଶନିବାର ରାତି ୯ ଟା ରେ ସୂଚନା ଦେଇଛି ବନହରପାଲି ପୋଲିସ l ଗିରଫ ଅଭିଯୁକ୍ତ ଜଣକ ଖଡାମ ଗ୍ରାମର ଗୋବିନ୍ଦ ଭୋଇ l ପୁଲିସ ପକ୍ଷରୁ ମିଲିଥିବା ସୁଚନା ମୁତାବକ ଗତ ୨୭ ତାରିଖ ଦିନ ଫଟାପାଲି ଗ୍ରାମର ବେଦାନ୍ତ ସାହୁ ତାଙ୍କ ବାଇକକୁ ଢୁନଢୁନ ଛକରେ ରଖି କାମ କରିବାକୁ ଯାଇଥିଲେ l ରାତି ୧୦ଟାରେ ଫେରି ଦେଖୁଲା ବେଳକୁ ବାଇକ ନଥିଲା l