This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ବରେଇପାଲି ଥାନା ଅନ୍ତର୍ଗତ ନୁଆପଡା ଅଞ୍ଚଳରୁ ସୁନାଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ଘଟଣା, ଜଣେ ଗିରଫ
Sambalpur M, Sambalpur | Sep 1, 2025
ବରେଇପାଲି ଥାନା ଅନ୍ତର୍ଗତ ନୁଆପଡା ଅଞ୍ଚଳରୁ ଗତ ୩୦ ତାରିଖରେ ସୁଦର୍ଶନ ତାଣ୍ଡି ଙ୍କ ଘରୁ ସୁନାଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଯାଇଥିଲା । ଏ ସମ୍ପର୍କରେ ଥାନାରେ ଏକ ଅଭିଯୋଗ ହୋଇଥିଲା l ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ବରେଇପାଲି ନୁଆପଡା ନିବାସୀ ବିକି ମହାନନ୍ଦ ନାମକ ଜଣେ ଯୁବକଙ୍କୁ ଧରିଥିଲା । ଯୁବକଙ୍କ ନିକଟରୁ ଚୋରି ହୋଇଥିବା ସୁନା ମାଳି, ସୁନାର କାନ ଫୁଲ, ନାକ ଫୁଲ, ମୁଦି, ରୂପାର ପାଉଁଞ୍ଜି, ମୁଦ୍ରା ଆଦି ଜବତ କରିଥିଲା । ଆଜି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ସନ୍ଧ୍ୟା 5 ଟା ରେ ଅଦାଲତକୁ ଚାଲାଣ କରାଯାଇଥିବା ବେଳେ ପିଡିତ ବ୍ୟକ୍ତିଙ୍କୁ ସମସ୍ତ ସୁନାଗ