Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ରେବତୀରମଣ ଗ୍ରାମରେ ଯୁବତୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ସଦର ଥାନା ଦ୍ୱାରା ଜଣେ ଯୁବକ ଗିରଫ ସହ କୋର୍ଟ ଚାଲାଣ

Puri M, Puri | May 30, 2025
ରେବତୀରମଣ ଗ୍ରାମରେ ଯୁବତୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ସଦର ଥାନା ଦ୍ୱାରା ଜଣେ ଯୁବକ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ରେବତୀରମଣ ଗ୍ରାମର ମିଟୁ ମଲ୍ଲିକ (୩୦) l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଗତ ଗୁରୁବାର ରାତିରେ ମାଡ଼ ମାରିଥିବା ନେଇ ଜଣେ ଯୁବତୀ ଅଭିଯୋଗ କରିଥିଲେ l ମିଟୁ ଓ ତା’ ଭାଇ ଏହି ଯୁବତୀଙ୍କୁ ଲୁହା ରଡ୍‌ରେ ପିଟି ଆହତ କରିଥିବା ନେଇ ଯୁବତୀ ଜଣକ ଏତଲାରେ ଉଲ୍ଲେଖ କରିଥିଲେ l ଏନେଇ ସଦର ଥାନା ପୁଲିସ ମାମଲା ରୁଜୁ କରି ଅଭିଯୁକ୍କୁ ଗିରଫ କରି ଶୁକ୍ରବାର ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l
Read More News
T & CPrivacy PolicyContact Us