This browser does not support the video element.
ଯାଜପୁର: ସିନ୍ଦୁରେଇମୁହାଁ ସ୍ଥିତ କାର୍ଯ୍ୟାଳୟରେ
ରାତିସାରା ପାଣି ଘେରରେ ଫଶିରହିଲେ ବିଦ୍ୟୁତ କର୍ମଚାରୀ, ଉଦ୍ଧାର କଲା ଅଗ୍ନିଶମ ବାହିନୀ
Jajapur, Jajpur | Aug 24, 2025
ସିନ୍ଦୁରେଇମୁହଁ ସ୍ଥିତ କାର୍ଯ୍ୟାଳୟରେ ରାତିସାରା ପାଣି ଘେରରେ ଫଶିରହିଲେ ବିଦ୍ୟୁତ କର୍ମଚାରୀ, ରେସକ୍ୟୁ କରି ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଦଶରଥପୁର ବ୍ଲକ୍ ସିନ୍ଦୁରେଇମୁହଁ ନିକଟସ୍ଥ ୩୩/୧୧ କେ.ଭି ODSSP ସବଷ୍ଟେସନରେ ରାତିସାରା ଫଶିରହିଥିବା କର୍ମଚାରୀଙ୍କୁ ଉଦ୍ଧାର କଲା ଯାଜପୁର ଅଗ୍ନିଶମ ବିଭାଗ। ଗତକାଲି ରାତିରେ ବୈତରଣୀ ନଦୀରେ ବନ୍ୟାଜଳ ପ୍ରବେଶ ଓ ଜଳସ୍ତର ବୃଦ୍ଧି ଯୋଗୁ କାର୍ଯ୍ୟାଳୟଟି ସମ୍ପୂର୍ଣ୍ଣ ଜଳ ଘେରାବନ୍ଦୀ ହୋଇଯାଇଥିଲା। ଉପାୟଶୂନ୍ୟ କର୍ମଚାରୀମାନେ ରାତିସାରା ଭୟଭିତ ଅବସ୍ଥାରେ ରହିଥିବାବେଳେ ଆଜି ସକାଳୁ ସକାଳୁ ଅଗ୍ନିଶମ ବିଭାଗର ସହଯୋଗ ଲୋଡିଥିଲେ।