This browser does not support the video element.
ପଟପୁର: ପଟିଗୁଡା ଗ୍ରାମରେ ପୋଖରୀରେ ବୁଡି ଜଣେ ମୃତ
Patapur, Ganjam | Oct 16, 2024
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପଟିଗୁଡା ଗ୍ରାମରେ ଥିବା ଏକ ପୋଖରୀରେ ବୁଡି ଜଣକର ମୃତ୍ୟୁ ଘଟିଛି। ମୃତ ନାବାଳକ ବୋଲି ସୂଚନା ମିଳିଛି। ମୃତକ ଜଣକ ସେହି ଗାଁର ୧୭ ବର୍ଷୀୟ ନିରଞ୍ଜନ ସାହୁ। ବୁଧବାର ଅପରାହ୍ନରେ ଅସାବଧାନତା ବଶତଃ ପାଣିରେ ବୁଡି ଯାଇଥିବା ବେଳେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।