This browser does not support the video element.
ଝାରସୁଗୁଡା: ପୁରୁଣା ଅଢ଼ାପରା ସ୍ଥିତ ପଶ୍ଚିମେଶ୍ୱର ଶିବ ମନ୍ଦିର ଶିବଲିଙ୍ଗ ନିକଟରେ ଏକ ନାଗ ସାପ, ଶ୍ରଦ୍ଧାଳୁ ପହଞ୍ଚି କଲେ ପୂଜାର୍ଚ୍ଚନା
Jharsuguda, Jharsuguda | Sep 2, 2025
ଶିବ ମନ୍ଦିର ଶିବଲିଙ୍ଗ ନିକଟରେ ଏକ ନାଗ ସାପ ରହିଥିବା ଦେଖି ମନ୍ଦିରରେ ଅଞ୍ଚଳର ଜନସାଧାରଣ ପହଞ୍ଚି କଲେ ପୂଜାର୍ଚ୍ଚନା। ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ତେଲେନପାଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣା ଅଢ଼ାପରା ସ୍ଥିତ ପଶ୍ଚିମେଶ୍ୱର ଶିବ ମନ୍ଦିର ଶିବ ଲିଙ୍ଗ ନିକଟରେ ଆଜି ଦିନ ପ୍ରାୟ ବାରଟା ସମୟରେ ଏକ ନାଗସାପ ରହିଥିବା ଦେଖିବାକୁ ମିଳିଥିଲା। ତେବେ ଏହା ପ୍ରଚାରିତ ହେବାପରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା ଏବଂ ଶିବ ମନ୍ଦିରରେ ନାଗ ଦେବତା ଙ୍କ ଦର୍ଶନ ସହିତ ଜନସାଧାରଣ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା। ନାଗ ସାପ ଉପରେ ଫୁଲପୁଷ୍ପ ଆଦି ଦେଇ ଲୋକେ