This browser does not support the video element.
ବାଲୁଗାଁ: ଚିଲିକା ବନ୍ୟପ୍ରାଣୀ ବିଭାଗ ଅନ୍ତର୍ଗତ ନଳବଣ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବେଆଇନ ପ୍ରବେଶ ଏବଂ ମାଛ ଧରାକୁ ନେଇ ୭ ଜଣ ମତ୍ସ୍ୟଜୀବୀ ଗିରଫ
Balugaon, Khordha | Jul 16, 2024
ବେଆଇନ ଭାବେ ମାଛ ଧରୁଥିଲେ, ଗୋଡ଼ାଇ ଗୋଡ଼ାଇ ଧରିଲେ ବନ ବିଭାଗ ଅଧିକାରୀ। ଚିଲିକା ନଳବଣ ନିକଟରେ ନିଷିଦ୍ଧାଞ୍ଚଳରେ ପଶି କିଛି ମତ୍ସ୍ୟଜୀବୀ ମାଛ ଧରୁଥିଲେ। ଏହି ସମୟରେ ଗୋଡାଇ ଗୋଡାଇ ଧରିଲେ ଡିଏଫଓ। ପ୍ରାୟ ଅଧଘଣ୍ଟା ଧରି ଗୋଡ଼ାଇ ଗୋଡ଼ାଇ ୭ ମତ୍ସ୍ୟଜୀବୀଙ୍କୁ ଧରିଛି ଚିଲିକା ବନବିଭାଗ। ଚିଲିକା ନଳବଣ ଅଞ୍ଚଳ ନିଷିଦ୍ଧାଞ୍ଚଳ ଭାବେ ଗଣାଯାଏ। ଏହି ସ୍ଥାନରେ ମାଛ ଧରିନା ନିଷେଧ। ମାତ୍ର ଏଠାରେ ମତ୍ସ୍ୟଜୀବୀ ପଶି ମାଛ ଧରୁଥିବାବେଳେ ଏମାନଙ୍କୁ ବନବିଭାଗ ଦେଖିଥିଲା। ବନବିଭାଗକୁ ଦେଖି ମତ୍ସ୍ୟଜୀବୀ ଫେରାର ହେବାକୁ ଚେଷ୍ଟା କରିଥିଲେ। ମାତ୍ର ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲା ବନବିଭାଗ।