This browser does not support the video element.
କୋରାପୁଟ ସହର: ବିଭିନ୍ନ ସମସ୍ୟା ନେଇ କୋରାପୁଟରେ ରାଜ୍ୟପାଳଙ୍କୁ ଭେଟିଲେ ସଚେତନ ନାଗରିକ ମଞ୍ଚ
Koraput Town, Koraput | Sep 10, 2025
ରାଜ୍ୟପାଳ ଡ ହରିବାବୁ କମ୍ଭମପାଟିଙ୍କ କୋରାପୁଟ ଗସ୍ତ ସମୟରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରା ଯାଇଛି। ସଚେତନ ନାଗରିକ ମଞ୍ଚ ତରଫରୁ ଆଜି ଦିନ ୨ଟା ସମୟରେ କୁହାଯାଇଛି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଳେଜରେ କେତେକ ପ୍ରଫେସର ରହୁନାହାନ୍ତି। ସେମାନେ କୋରାପୁଟରେ ନରହି ବ୍ରହ୍ମପୁର, କଟକ ଓ ଭୁବନେଶ୍ୱରରେ ରହି ବିଭିନ୍ନ କ୍ଲିନକରେ ବସୁଛନ୍ତି। ଯାହା ଫଳରେ କୋରାପୁଟବାସୀ ଠିକ୍ ସମୟରେ ଚିକିତ୍ସା ପାଇ ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।