This browser does not support the video element.
ଝାରସୁଗୁଡା: ଝାରସୁଗୁଡା ଲକ୍ଷ୍ମୀ ନାରୟଣ କଲେଜ ପ୍ରାଙ୍ଗଣରେ ଛାତ୍ର ସାମୁଖ୍ୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Jharsuguda, Jharsuguda | Sep 13, 2025
ଝାରସୁଗୁଡା ଲକ୍ଷ୍ମୀ ନାରୟଣ କଲେଜ ପ୍ରାଙ୍ଗଣରେ ଛାତ୍ର ସାମୁଖ୍ୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଆଜି ଶନିବାର ପୂର୍ବାହ୍ନ ୧୧ ଟା ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଲକ୍ଷ୍ମୀନାରାୟଣ କଲେଜ ର ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ଛାତ୍ର ସମୁଖ୍ୟ ର ଉପସଭାପତି, ସମ୍ପାଦକ ଏବଂ ସଦସ୍ୟ ମାନେ ଉପସ୍ଥିତ ଥିଲେ l ବିଜେପି ସରକାର କୁ ଆସିଲେ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲା l ହେଲେ ସରକାରକୁ ୧ ବର୍ଷ ରୁ ଉର୍ଦ୍ଧ ସମୟ ହୋଇସାରିଥିଲେ ହେଁ ଛାତ୍ର ସଂସଦ ନିର୍ବାଚନ କରାଯାଉନାହିଁ l